ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ
ଲକ୍ଷ୍ମୀନାଥ ସମାରମ୍ଭାମ୍
ନାଥ ୟାମୁନ ମଧ୍ୟମାମ୍
ଅସ୍ମଧ ଆଚାର୍ୟ ପର୍ୟର୍ନ୍ତାମ୍
ବନ୍ଦେ ଗୁରୁ ପରମପରାମ୍
ଆମ ଲାଗି ଏହି ମହାନ ଗୁରୁପରମ୍ପରା ଅର୍ଚ୍ଚନୀୟ ଅଟେ ଯାହାର ପ୍ରାରମ୍ଭ ଶ୍ରୀମାନ ନାରାୟଣଙ୍କ ଠାରୁ ହୋଇ ମଧ୍ୟରେ ନାଥମୁନି ଓ ୟାମୁନାଚାର୍ଯ୍ୟ ଆଉ ଅନ୍ତିମରେ “ଅସ୍ମଦଆଚାର୍ଯ୍ୟ” ଅର୍ଥାତ୍ ମୋ ନିଜ ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ । ଏହି ଦିବ୍ୟ ଗୁରୁପରମ୍ପରା ଶ୍ଳୋକଟି କୁରେଶ ସ୍ବାମୀ (କୂରଥଆଳୱାନ୍) ରଚନା କରିଥିଲେ। ଏହି ଶ୍ଳୋକର ରଚନା କରିବାବେଳେ କୁରେଶ ସ୍ବାମୀ “ଅସ୍ମଦଆଚାର୍ଯ୍ୟ” ଅର୍ଥ ରାମାନୁଜ ସ୍ବାମୀଙ୍କୁ (ଏମ୍ପେରୁମନ୍ନାର୍ ଙ୍କୁ) ଧ୍ୟାନରେ ରଖି ରଚନା କରିଥିଲେ । କାରଣ କୁରେଶ ସ୍ବାମୀ ଙ୍କ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ ଥିଲେ। ପରନ୍ତୁ ସାଧାରଣରେ ଏଇ ଶ୍ଳୋକରେ “ଅସ୍ମଦଆଚାର୍ଯ୍ୟ” ଅର୍ଥ ମୋ ନିଜ ଆଚାର୍ଯ୍ୟ ଅଟେ ।

ଏହି ଦର୍ଶନକୁ “ଏମ୍ପେରୁମନ୍ନାର୍ ଦରିଶନମ୍” ଅର୍ଥାତ୍ “ରାମାନୁଜ ଦର୍ଶନ” ଭାବେ ନମ୍ପେରୁମାଲ୍ (ରଙ୍ଗନାଥ ଭଗବାନ) ସମ୍ବୋଧନ କରିଛନ୍ତି । ଏହାକୁ ବରବରମୁନି ନିଜ ରଚନା ଉପଦେଶ ରତ୍ନମାଳାରେ ଉଲ୍ଲେଖ କରିଛନ୍ତି । ରାମାନୁଜ ସ୍ଵାମୀଙ୍କ ସନାତନ ଧର୍ମ ପ୍ରତି ଅବଦାନ ଅବର୍ଣ୍ଣନୀୟ। ରାମାନୁଜ ସ୍ବାମୀ ନିଜ
ପୂର୍ବାଚାର୍ଯ୍ୟଙ୍କ ଉପଦେଶର ଅର୍ଥାନୁସନ୍ଧାନ କରି ସମସ୍ତ ସାଧାରଣଙ୍କ ନିକଟରେ ଅତି ସରଳ ଓ ସହଜ ଭାବେ ଉପସ୍ଥିତ କରିପାରିଛନ୍ତି ।
ଗୁରୁ ଓ ଆଚାର୍ଯ୍ୟ , ପରସ୍ପର ପାଇଁ ପ୍ରତିଶବ୍ଦ ଅଟନ୍ତି । ଗୁରୁ ତାଙ୍କୁ କୁହା ଯାଇଥାଏ ଯିଏ ଅନ୍ଧକାର ଦୂର କରିଥାନ୍ତି ଓ ଆଚାର୍ଯ୍ୟ ହେଉଛନ୍ତି , ଯିଏ ଶାସ୍ତ୍ର ଅଧ୍ୟୟନ କରିଥାନ୍ତି , ଶାସ୍ତ୍ର ଅନୁକୂଳ ନିଜ ଜୀବନ ଯାପନ କରିଥାନ୍ତି ଓ ଅନ୍ୟକୁ ମଧ୍ୟ ଶାସ୍ତ୍ର ଉପଯୁକ୍ତ ନିୟମରେ ରହିବା ଶିଖେୟିଥାନ୍ତି। “ଗୁରୁ ପରମ୍ପରେୟି” ଅବା ଗୁରୁ ପରମ୍ପରାର ଅର୍ଥ ହେଉଛି ନିରବଚ୍ଛିନ୍ନ ଭାବେ ଚାଲି ଆସୁଥିବା ଆଚାର୍ଯ୍ୟଙ୍କ ବଂଶାବଳି । ଆମର ଶ୍ରୀବୈଷ୍ଣବ ଗୁରୁପରମ୍ପରା ଶ୍ରୀମାନ ନାରାୟନଙ୍କ ଠାରୁ ପ୍ରାରମ୍ଭ ହୋଇଅଛି। ଯାହା ଆମେ “ଲକ୍ଷ୍ମୀନାଥ ସମାରମ୍ଭାମ୍…” ଶ୍ଳୋକଟିରେ ଦେଖିବାକୁ ପାଇଥିଲେ । ଏହା ଶ୍ରୀମାନ ନାରାୟଣଙ୍କ ଅପରିମିତ କୃପା , ଯେ ସେ ସ୍ଵୟଂ ଏହି ସଂସାରୀଙ୍କ (ଯେଉଁ ଜୀବାତ୍ମା ଭୌତିକ ଜଗତରେ ବଦ୍ଧ) ଚିନ୍ତନରୁ ଅନ୍ଧକାର ମିଟାୟି ନିଜର ପରମପଦଠାରେ ଜୀବଙ୍କୁ ଅବିନାଶୀ ପରମ ଆନନ୍ଦ ପ୍ରଦାନ କରିବାର ଦାୟିତ୍ଵ ପରିବହନ କରୁଛନ୍ତୁ । ତେଣୁ ଏହିଭାବେ ଶ୍ରୀମାନ ନାରାୟଣ ଆମ ପରମ୍ପରାର ପ୍ରଥମ ଆଚାର୍ଯ୍ୟ ଅଟନ୍ତି । ସିୟେହିଁ ସମସ୍ତ ଶାସ୍ତ୍ରର ଜ୍ଞାନ ପ୍ରଥମେ ପ୍ରଦାନ କରିଛନ୍ତି ।
“ତତ୍ତ୍ଵ ଜ୍ଞାନ ମୋକ୍ଷ ଲାଭ” ଏହା ଶାସ୍ତ୍ର ବତାୟେ । ଅର୍ଥାତ୍ ବାସ୍ତବିକ ଜ୍ଞାନ (ପରମ ତତ୍ତ୍ୱ ବିଷୟରେ ଜ୍ଞାନ) ପ୍ରାପ୍ତ କରି ଆମେ ତାଙ୍କ ଦିବ୍ୟ ଧାମ ପ୍ରାପ୍ତ କରିଥାଉ । ଆଜି ଯାହାବି ପରମାତ୍ମା / ତତ୍ତ୍ଵ ଜ୍ଞାନ ଆମ ନିକଟରେ ଉପଲବ୍ଧ ଅଛି ତାହା କେବଳ ହିଁ କେବଳ ଆମ ଗୁରୁପରମ୍ପରା ମାଧ୍ୟମରୁ ପ୍ରାପ୍ତ ହୋଇ ଅଛି । ତେବେ ଏହା ଉଚିତ ହେବ କି ଆମେ ମାନେ ସଦାବେଳେ ଆମ ପୁର୍ବାଚାର୍ଯ୍ୟଙ୍କ ଜୀବନୀ ଓ ତାଙ୍କ ଉପଦେଶ ବିଷୟରେ ଚର୍ଚା କରିବା ଉଚିତ।
କୋୟିଲ୍ . ଓଆର୍ ଜି ୱେବସାଇଟ୍ର ସଂସ୍ଥାପକ ଶ୍ରୀ ଶ୍ରୀ ଶ୍ରୀ ସାରଥୀ ତୋତାଦ୍ରି ସ୍ଵାମୀଙ୍କ କୃପାରୁ , ଆମେ ମାନେ ସହଜ ରୂପେ ଏହି ବିକ୍ଷାତ ଶ୍ରୀବୈଷ୍ଣବ ଗୁରୁପରମ୍ପରାକୁ ଜାଣି ପାରୁଚେ । ଏହା ବିସ୍ତୃତ ଭାବେ “୬୦୦୦ ପଡ଼ି ଗୁରୁ ପରମ୍ପରେୟି ପ୍ରଭାବମ୍” ଗ୍ରନ୍ଥରେ ବର୍ଣ୍ଣିତ ଅଛି , ଯାହା “ପିନ୍ବବଳଗିୟ ପେରୁମାଲ୍ ଜୀୟର୍”ଙ୍କ ଦ୍ଵାରା ବିରଚିତ ଓ “ୟତିନ୍ଦ୍ର ପ୍ରବଣ ପ୍ରଭାବମ୍” ଯାହା “ପିଲ୍ଲୟି ଲୋକମ୍ ଜିୟର୍”ଙ୍କ ଦ୍ଵାରା ବିରଚିତ ଏବଂ ଅନ୍ୟ ପୂର୍ବାଚାର୍ଯ୍ୟଙ୍କ ଗ୍ରନ୍ଥରୁ ମଧ୍ୟ ପ୍ରାପ୍ତ ହୋଇଛି।
ଅଡିୟେନ୍ ସୁଦର୍ଶନ ରାମାନୁଜ ଶ୍ରୀବୈଷ୍ଣବ ଦାସ
ଆଧାର : https://acharyas.koyil.org/index.php/2012/08/16/introduction-english/
ପ୍ରମେୟ (ଲକ୍ଷ୍ୟ): https://koyil.org
ପ୍ରମାଣ (ଶାସ୍ତ୍ର): https://granthams.koyil.org
ପ୍ରମାତ (ଆଚାର୍ଯ୍ୟ): https://acharyas.koyil.org
ଶ୍ରୀବୈଷ୍ଣବ ଶିକ୍ଷା/ବାଳକଙ୍କ ପାଇଁ ପୋର୍ଟାଲ୍: https://pillai.koyil.org