ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ ଶ୍ରୀ ବାନାଚଳ ମାହାମୁନୟେ ନମଃ
ପୂର୍ବ ଅନୁଛେଦରେ ଆମେ (https://acharyas.koyil.org/index.php/2025/09/10/introduction-odia/) ଶ୍ରୀବୈଷ୍ଣବ ଗୁରୁପରମ୍ପରା ବିଷୟରେ ଚର୍ଚା କରିଥିଲେ ।
(ଏମପେରୁମାନ୍) ଶ୍ରୀମାନ୍ ନାରାୟଣ ଯିଏ ହେଉଛନ୍ତି ଶ୍ରୀୟାପତି (ମହାଲକ୍ଷ୍ମୀଙ୍କ ପତି) ଯିଏ ନିଜ ଦିବ୍ୟ ମହିଷି(ଶ୍ରୀ , ଭୂ ଓ ନୀଳା ଦେବୀ)ଙ୍କ ସାଙ୍ଗରେ ନିତ୍ୟ ବୈକୁଣ୍ଠରେ , ଅନନ୍ତ , ଗରୁଡ଼ , ବିଶ୍ଵକ୍ସେନ ଇତ୍ୟାଦି ନିତ୍ୟସୂରୀଙ୍କ ଦ୍ଵାରା ସେବାକୁ ଉପଭୋଗ କରି ବାସ କରିଥାନ୍ତି । ଶ୍ରୀବୈକୁଣ୍ଠ (ପରମପଦ) ହେଉଛି ଶାଶ୍ଵତ ଧାମ । ସେଠାରେ ପରମ ଆନନ୍ଦର ଅନୁଭବ ହୋଇଥାଏ । ହେଲେ ସେହି ବୈକୁଣ୍ଠରେ ବିରାଜମାନ କରୁଥିବା (ଏମପେରୁମାନ୍) ଶ୍ରୀମାନ୍ ନାରାୟଣଙ୍କ ହୃଦୟ ସଂସାରରେ ଫସି ରହିଥିବା ଜୀବାତ୍ମା ଙ୍କ ଲାଗି ସଦାବେଳେ ବିଚଳିତ ହୋଇଥାଏ । କାରଣ ଏହି ସଂସାରରେ ପ୍ରତ୍ୟେକ ଜୀବାତ୍ମା କଷ୍ଟ ଭୋଗୁଥାଏ।
୩ ପ୍ରକାରର ଜୀବାତ୍ମା ଅଛନ୍ତି ।
୧.) ନିତ୍ୟ :- ଯେଉଁମାନେ ଅନାଦି କାଳରୁ ପରମପଦରେ ବାସ କରିଆସୁଛନ୍ତି , ଅଥବା କେବେବି ସଂସାରର କର୍ମଚକ୍ରରେ ପଡ଼ି ନାହାନ୍ତି ।
୨.) ମୁକ୍ତ :- ଯେଉଁମାନେ ସଂସାରରେ ଥିଲେ ଓ ଏବେ ମୁକ୍ତ ହୋଇ ସାରିଛି ।
୩.) ବଦ୍ଧ :- ଯେଉଁମାନେ ଆଜି ପର୍ଯ୍ୟନ୍ତ ସଂସାରର କର୍ମ ଚକ୍ରରେ ଫସି ଅଛନ୍ତି ।
ଏହି ମାନେ ଭଗବାନ ଶ୍ରୀମାନ୍ ନାରାୟଣଙ୍କ ନିକଟରେ ଶରଣାଗତ ଓ ଭଗବାନ ଶ୍ରୀମାନ୍ ନାରାୟଣଙ୍କ ସାଙ୍ଗରେ ମାଲିକ-ଦାସ ଅବା ପିତା-ପୁତ୍ରର ସମ୍ବନ୍ଧ ଦେଖା ଯାଇଥାଏ। ଏଇ ସମ୍ପର୍କ ମାଧ୍ୟମରେ ଭଗବାନ ସଂସାରର ବଦ୍ଧ ଜୀବାତ୍ମାଙ୍କୁ ସହାୟତା ପ୍ରଦାନ କରି ତାଙ୍କୁ ବୈକୁଣ୍ଠ / ପରମପଦ ଠାରେ ନିତ୍ୟ ସେବା(କୈଙ୍କର୍ୟ) ପ୍ରଦାନ କରିବାର ଇଚ୍ଛା ରଖିଥାନ୍ତି।
ଶାସ୍ତ୍ର ଅନୁଯାଇ ମୁକ୍ତି ଯଥାତ୍ମକ ଜ୍ଞାନ ପ୍ରାପ୍ତ ହୋଇଥାଏ । ଏହି ବିଷୟରେ “ରହସ୍ୟ ତ୍ରୟମ୍”ରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ବୁଝା ଯାଇଛି । ଯେଉଁ ବ୍ୟକ୍ତି ଏହି ପରମ ଜ୍ଞାନ ଓ ସତ୍ୟ ବିଷୟରେ ବଦ୍ଧଜୀବାତ୍ମାଙ୍କୁ ବୁଝାଇ ତାଙ୍କୁ ସଂସାର ଚକ୍ରରୁ ମୁକ୍ତ କରାଇଥାନ୍ତି ତାଙ୍କୁ ଆଚାର୍ଯ୍ୟ ବୋଲି କୁହା ଯାଇଥାଏ ।
ଭଗବାନ ସ୍ଵୟଂ ନିଜେ ଜଣେ ଆଚାର୍ଯ୍ୟ ହେବାର କାମନା ରଖନ୍ତି। ସେହିଲାଗି ଭଗବାନ ଶ୍ରୀମନ୍ ନାରାୟଣହିଁ ଆମ ପରମ୍ପରାର ପ୍ରଥମ ଆଚାର୍ଯ୍ୟ ବନିଚନ୍ତି। ଆମ ପୂର୍ବାଚାର୍ଯ୍ୟମାନେ ଏହା ମତ ଦେଇଥାନ୍ତିକି ସ୍ଵୟଂ ଭଗବାନ ୩ଥର ଆଚାର୍ଯ୍ୟ ପଦବୀରେ ବିରାଜମାନ ହୋଇଛନ୍ତି ।
•ଭଗବାନ ନାରାୟଣ ଋଷି (ଆଚାର୍ଯ୍ୟ) ଭାବେ ବଦ୍ରିକାଶ୍ରମଠାରେ ଅଷ୍ଟାକ୍ଷରି(ତିରୁମନ୍ତ୍ର) ନିଜର ଅନ୍ୟ ସ୍ୱରୂପ ନର ଋଷି (ଶିଷ୍ୟ)ଙ୍କୁ ପ୍ରଦାନ କରିଥିଲେ ।
•ଭଗବାନ ନାରାୟଣ ବିଷ୍ଣୁଲୋକଠାରେ ଶ୍ରୀଦେବୀ (ନାଚୀୟାର୍)ଙ୍କୁ ଦ୍ବୟ ମହାମନ୍ତ୍ର ପ୍ରଦାନ କରିଥିଲେ ।
•ଭଗବାନ କୁରୁକ୍ଷେତ୍ରଠାରେ ପାର୍ଥସାରଥୀ ଭାବେ ଅର୍ଜୁନଙ୍କୁ ଚରମଶ୍ଳୋକ ପ୍ରଦାନ କରିଥିଲେ ।
ଶ୍ରୀବୈଷ୍ଣବ ଗୁରୁପରମ୍ପରାର ଏକ ସରଳ ରେଖା ଚିତ୍ର :- http://kaarimaaran.com/downloads/guruparambarai.jpg
ଶ୍ରୀରଙ୍ଗମ୍ (ତିରୁଵରଙ୍ଗମ୍) ଠାରେ ବିରାଜମାନ ରଙ୍ଗନାଥ ଭଗବାନ ଓ ରଙ୍ଗନାୟକୀ ଭଗବତୀ ନାରାୟଣ ଓ ମହାଲକ୍ଷ୍ମୀଙ୍କ ଠାରୁ ଅଭିନ୍ନ।
ତେଣୁ ଆମ ଗୁରୁ ପରମ୍ପରା ରଙ୍ଗନାଥ ଭଗବାନଙ୍କ ଠାରୁ ପ୍ରାରମ୍ଭ ହୋଇଛି ।
- ରଙ୍ଗନାଥ ଭଗବାନ (ଶ୍ରୀମାନ ନାରାୟଣ)
- ରଙ୍ଗନାୟକୀ ଭଗବତୀ (ମହାଲକ୍ଷ୍ମୀ)
- ବିଶ୍ଵକ୍ସେନ
- ଶଠକୋପ ସୁରୀ
- ନାଥମୁନି
- ପୁଣ୍ଡରିକାକ୍ଷ ସ୍ବାମୀ
- ରାମ ମିଶ୍ର ସ୍ବାମୀ
- ୟାମୂନାଚାର୍ଯ୍ୟ ସ୍ବାମୀ
- ମହାପୂର୍ଣ୍ଣ ସ୍ବାମୀ
- ରାମାନୁଜ ସ୍ବାମୀ
- ଗୋବିନ୍ଦରାଜ ସ୍ବାମୀ
- ପରାଶର ଭଟ୍ଟର୍
- ବେଦାନ୍ତୀ ସ୍ବାମୀ
- ନମପିଲ୍ଲୟୀ
- କୃଷ୍ଣପାଦ ସୁରୀ
- ଲୋକାଚାର୍ଯ୍ୟ ସ୍ବାମୀ
- ଶୈଳେଶ ସ୍ବାମୀ
- ବରବର ମୁନି
ଆଳୱର୍ ଓ ଅନ୍ୟ ଆଚାର୍ଯ୍ୟମାନେ ଯାହାଙ୍କୁ ଶ୍ରୀ ବୈଷ୍ଣବ ଗୁରୁପରମ୍ପରାର ଅଂଶ ଭାବେ ପରିଗଣନା କରାଯାଏ
- ଶ୍ରୀ ଭୂତଯୋଗୀ ଆଳୱର୍
- ଶ୍ରୀ ସରୋଯୋଗୀ ଆଳୱର୍
- ଶ୍ରୀ ମହଦାଯୋଗୀ ଆଳୱର୍
- ଶ୍ରୀ ଭକ୍ତିସାର ଆଳୱର୍
- ଶ୍ରୀ ମଧୁରକବି ଆଳୱର୍
- ଶ୍ରୀ ଶଠକୋପ ଆଳୱର୍
- ଶ୍ରୀ କୁଳଶେଖର ଆଳୱର୍
- ଶ୍ରୀ ବିଷ୍ଣୁଚିତ୍ତ ଆଳୱର୍
- ଶ୍ରୀ ଗୋଦାମ୍ବା ଆଳୱର୍
- ଶ୍ରୀ ଭକ୍ତାଙ୍ଗ୍ରିରେଣୁ ଆଳୱର୍
- ଶ୍ରୀ ମୁନିବାହନ ଆଳୱର୍
- ଶ୍ରୀ ପରକାଳ ଆଳୱର୍
ଆଚାର୍ଯ୍ୟ ଯେଉଁମାନଙ୍କର ଗୁରୁ ପରମ୍ପରା ରେ ଗଣନା ହୋଇ ନାହିଁ :-
- ସେଲୱ ନମ୍ବି
- କୁରୁଗେଇ କାଵଲ୍ଅପ୍ପନ୍
- ତିରୁକନ୍ନମଙ୍ଗୟି ଆଣ୍ଡାନ୍
- ତିରୁବରଙ୍ଗପ୍ପେରୁମାଲ୍ ଅରୟିୟର୍
- ତିରୁକୋଷ୍ଟିୟୂର୍ ନମ୍ବି
- ପେରୀୟ ତିରୁମଲଇ ନମ୍ବି
- ତିରୁମଲୟି ନମ୍ବି
- ତିରୁକ୍କଚ୍ଚି ନମ୍ବି
- ମାରନେର୍ ନମ୍ବି
- କୂରତତ୍ଆଳୱାନ୍
- ମୁଦଲିଆନଡାନ୍
- ଅରୁଳାଳ ପେରୁମାଲ୍ ଏମପେରୁମାନାର୍
- କୋୟିଲ୍ କୋମଣ୍ଡୁର୍ ଇଲୟବିଲ୍ଲିଆଚ୍ଚନ୍
- କିଡ଼ାମ୍ବି ଆଚ୍ଚନ୍
- ବଡୁଗ ନମ୍ବି
- ବାଙ୍ଗିପୁରତ୍ତୁ ନମ୍ବି
- ସୋମାସି ଆଣ୍ଡାନ୍
- ପିଲ୍ଲଇ ଉରଙ୍ଗାବଲ୍ଲି ଦାସର୍
- ତିରୁକ୍କୁରୁଗୟିପ୍ପିରାନ୍ ପିଲ୍ଲାନ୍
- କୁର ନାରାୟଣ ଜୀୟର
- ଏଙ୍ଗଳଆଳୱାନ୍
- ଅନନ୍ତଆଳୱାନ୍
- ତିରୁବରଙ୍ଗତ୍ତୁ ଅମୁଦନାର୍
- ନଡ଼ାଦୂର୍ ଆମ୍ମାଲ୍
- ବେଦବ୍ୟାସ ଭଟ୍ଟର୍
- ସୃତ ପ୍ରକାଶିକା ଭଟ୍ଟର୍
- ପେରୀୟବାଚନ ପିଲ୍ଲାଇ
- ଇୟୁନି ମାଧବ ପେରୁମାଲ୍
- ଇୟୁନି ପଦ୍ମନାଭ ପେରୁମାଲ୍
- ନାଲୁର୍ ପିଲ୍ଲଇ
- ନାଲୁରଆଚନ୍ ପିଲ୍ଲଇ
- ନାଡ଼ୁଭିଲ୍ ତିରୁବିଦି ପିଲ୍ଲଇ ଭଟ୍ଟର୍
- ପିନବଳଗିୟ ପିଲ୍ଲଇ ଜୀୟର୍
- ଅଳଗିୟ ମନବାଲ୍ ପେରୁମାଲ୍ ଜୀୟର୍
- ନାୟନାରାଚାନ୍ ପିଲ୍ଲଇ
- ଵାଦିକେଶରୀ ଅଳଗିୟ ମନବାଳ ଜୀୟର୍
- କୁରକୂଳୋତ୍ତମ ଦାସର୍
- ବିଲାନଚୋଲୟୀ ପିଲ୍ଲଇ
- ବେଦାନ୍ତାଚାର୍ଯ୍ୟ
- ତିରୁନାରାୟଣ ପୁରତ୍ତୁ ଆୟଜନାନୟାଚାର୍ଯ୍ୟ
ବରବରମୁନିଙ୍କ ସମୟରେ ଏବଂ ତାଙ୍କ ପରକାଳରେ ଥିବା ଅନେକ ମହାନ ଶ୍ରୀବୈଷ୍ଣବ ଆଚାର୍ଯ୍ୟ
- ପୋନ୍ଅଡ଼ିକାଲ୍ ଜୀୟର୍
- କୋୟିଲ୍ କନଧାଡେୟି ଅନ୍ନନ୍
- ପ୍ରତିବାଦି ଭୟଙ୍କରମ୍ ଅନ୍ନନ୍
- ପଥଙ୍ଗି ପରବସ୍ତୁ ପଟ୍ଟରପିରାନ୍
- ଏରୁମ୍ବି ଅପ୍ପା
- ଅପ୍ପିଲ୍ଲଇ
- ଅପ୍ପିଲ୍ଲାର୍
- କୋୟିଲ୍ କନ୍ଧାଡ଼ଇ ଅପ୍ପନ୍
- ଶ୍ରୀ ପେରୁମ୍ବୁଦୂର୍ ଜତିରାଜ ଜୀୟର୍
- ଅପ୍ପାଚିୟାରଅନ୍ନା
- ପିଲ୍ଲାଇ ଲୋକମ୍ ଜୀୟର୍
- ତିରୁମଳିସେୟି ଅନ୍ନାଵପ୍ପାନଗାର୍
- ଅପ୍ପନ୍ ତିରୁଭେଙ୍କଟ ରାମାନୁଜ ଏମ୍ବାର୍ ଜୀୟ
ଅଡିୟେନ୍ ସୁଦର୍ଶନ ରାମାନୁଜ ଶ୍ରୀବୈଷ୍ଣବ ଦାସ
ଆଧାର : https://acharyas.koyil.org/index.php/2012/08/17/introduction-contd-english/
ପ୍ରମେୟ (ଲକ୍ଷ୍ୟ): https://koyil.org
ପ୍ରମାଣ (ଶାସ୍ତ୍ର): https://granthams.koyil.org
ପ୍ରମାତ (ଆଚାର୍ଯ୍ୟ): https://acharyas.koyil.org
ଶ୍ରୀବୈଷ୍ଣବ ଶିକ୍ଷା/ବାଳକଙ୍କ ପାଇଁ ପୋର୍ଟାଲ୍: https://pillai.koyil.org