ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ ଶ୍ରୀ ବାନାଚଳ ମାହାମୁନୟେ ନମଃ
ପୂର୍ବ ଉପାଖ୍ୟାନରେ ଆମେ ( https://acharyas.koyil.org/index.php/2025/09/21/introduction-contd-odia/ ) ଶ୍ରୀବୈଷ୍ଣବ ଗୁରୁ ପରମ୍ପରା ବିଷୟରେ ସରଳ ରୂପେ ଚର୍ଚ୍ଚା କରିଥିଲେ ।

ଏବେ ଆମେ ମନ୍ତ୍ର ପରମ୍ପରା (ଓରାନ୍ ୱଳୀ ଆଚାର୍ଯ୍ୟ ପରମ୍ପରା) ବିଷୟରେ ଜାଣିବା । “ଓରାନ୍ ୱଳୀ” ଶବ୍ଦର ଅର୍ଥ ହେଉଛି ଜଣେ ଆଚାର୍ଯ୍ୟଙ୍କ ଠାରୁ ପର ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ
ପଦାନୁକ୍ରମ ଭାବେ ଚାଲି ଆସିଥିବା ଜ୍ଞାନ ଓ ମନ୍ତ୍ରର ସ୍ରୋତ । ଆମ ଲାଗି ରହସ୍ୟ ତ୍ରୟ ମୂଳ ଜ୍ଞାନ ଅଟେ । ଓ ଏହାକୁ ଅତି ଯତ୍ନର ସହିତ ଆମର ଓରାନ୍ ୱଳୀ ଆଚାର୍ଯ୍ୟ ମାନେ ରକ୍ଷା କରି ଆସିଛନ୍ତି।
ରଙ୍ଗନାଥ ଭଗବାନ (ପେରୀୟ ପେରୁମାଲ୍)

ପ୍ରାକଟ୍ୟ ନକ୍ଷେତ୍ର (ତିରୁନକ୍ଷେତ୍ର) :- ଶ୍ରାବଣ , ରୋହିଣୀ
ରଚନା :- ଭଗବତ ଗୀତା , ଶ୍ରୀଶୈଳେଶଦୟା ପାତ୍ରମ୍ ଶ୍ଳୋକ ଇତ୍ୟାଦି.
ଆମ ଓରାନ୍ ୱଳୀ ଗୁରୁ ପରମ୍ପରା ରଙ୍ଗନାଥ ଭଗବାନଙ୍କ ଠାରୁ ପ୍ରାରମ୍ଭ ହୋଇଅଛି ଯାହା ଆମେ ପୂର୍ବ ଉପାଖ୍ୟାନରେ ଦେଖିଥିଲେ । ଜୀବଙ୍କ ପ୍ରତି ଭଗବାନଙ୍କ ଅପାର କରୁଣା ଲାଗି , ଭଗବାନ ପ୍ରଥମ ଆଚାର୍ଯ୍ୟ ଭାବେ ପ୍ରକଟ ହୋଇ ଏହି ପରମ୍ପରା ପ୍ରାରମ୍ଭ କରିଥିଲେ । ଭଗବାନ ରହସ୍ୟ ତ୍ରୟ ମାଆ ମହାଲକ୍ଷ୍ମୀଙ୍କୁ ବିଷ୍ଣୁଲୋକ ଠାରେ ପ୍ରଦାନ କରିଥିଲେ ।
କେବଳ ଭଗବାନ ଶ୍ରୀମାନ ନାରାୟଣ ହିଁ ସ୍ଵତନ୍ତ୍ର ଏବଂ ସେଶୀ। ଅନ୍ୟ ସମସ୍ତେ ପରତନ୍ତ୍ର ଓ ସେଶ। ଭଗବାନ ତାଙ୍କ ସ୍ୱଇଚ୍ଛାରେ ନିଜକୁ ପ୍ରଥମ ଆଚାର୍ଯ୍ୟ ଭାବେ ପ୍ରତିଷ୍ଠା କରାଇଲେ । ଭଗବାନ ସର୍ବଜ୍ଞ , ସର୍ବଶକ୍ତ ଓ ସର୍ବବ୍ୟାପି । ଏହା ଭଗବାନ ତାଙ୍କ ନିର୍ବିବାଦ ବିକଳ୍ପ ଦ୍ଵାରା ସେହି ଜୀବଙ୍କୁ ମୋକ୍ଷ ପ୍ରଦାନ କରିଥାନ୍ତି ଯେଉଁମାନେ ମୋକ୍ଷର କାମନା ରଖିଥାନ୍ତି ।
ରଙ୍ଗନାଥ ଭଗବାନ (ପେରୀୟ ପେରୁମାଲ୍) ହେଉଛନ୍ତି ସାକ୍ଷାତ ନାରାୟଣ । ଭଗବାନ ବୈକୁଣ୍ଠ (ପରମପଦ)ରୁ ରଙ୍ଗବିମାନ ସହିତ ବ୍ରହ୍ମାଙ୍କ ନିକଟକୁ ଓଲ୍ହାଇ ଆସିଥିଲେ ଓ ସତ୍ୟଲୋକ ଠାରେ ସେ ବ୍ରହ୍ମାଙ୍କ ଦ୍ଵାରା ପୂଜିତ ହେଉଥିଲେ । ପରେ ରାଜା ଇକ୍ଷ୍ବାକୁଙ୍କ ନିବେଦନରେ ଅଯୋଧ୍ୟା ଆସିଥିଲେ ଏବଂ ରଘୁକୂଳ ରାଜାଙ୍କ ଦ୍ଵାରା ସେବିତ ହେଉଥିଲେ । ପରେ ସେହି ରଙ୍ଗନାଥ ଭଗବାନଙ୍କୁ ବିଭୀଷଣକୁ ସ୍ଵୟଂ ରାମ ପ୍ରଦାନ କରିଥିଲେ ଲଙ୍କା ନେଇ ଯିବା ଲାଗି । ବିଭୀଷଣ ଲଙ୍କା ଫେରିବା ସମୟରେ ମଧ୍ୟରାସ୍ତାରେ ଶ୍ରୀରଙ୍ଗମ୍ ଠାରେ ଭଗବାନଙ୍କୁ ବସାଇଦେଲେ । ଭଗବାନଙ୍କୁ ଶ୍ରୀରଙ୍ଗମ୍ ସହର ଅତ୍ୟନ୍ତ ପସନ୍ଦ ଆସିଥିଲା ଯାହା ଫଳରେ ଭଗବାନ ନିଷ୍କର୍ଷ ବନାଇଲେ ଯେ ସେ ଚିରଦିନ ଲାଗି ଦକ୍ଷିଣକୁ ମୁଖ କରି , ଶ୍ରୀରଙ୍ଗମ୍ ଠାରେ ବାସ କରିବେ।
ରଙ୍ଗନାଥ ଭଗବାନଙ୍କ ଶ୍ଳୋକ(ତନିୟନ୍) :-
ଶ୍ରୀ ସ୍ଥନାଭରଣମ୍ ତେଜଃ ଶ୍ରୀରଙ୍ଗେସୟମାଶ୍ରୟେ ।
ଚିନ୍ତାମଣିମିବୋତ୍ୱାନ୍ତମ୍ ଉତ୍ସଂଗେ ଅନନ୍ତ ଭୋଗିନଃ ।।
ରଙ୍ଗନାୟକୀ ଅମ୍ମାଜି (ପେରୀୟ ପିରାଟ୍ଟି)

ପ୍ରାକଟ୍ୟ ନକ୍ଷେତ୍ର (ତିରୁନକ୍ଷେତ୍ର) :- ଫାଲଗୁନ , ଉତ୍ତରା
ଭଗବାନ ଭଗବତୀ ଅମ୍ମାଜୀ ଙ୍କୁ ବିଷ୍ଣୁଲୋକ ଠାରେ ଦ୍ବୟ ମନ୍ତ୍ର ପ୍ରଦାନ କରିଛନ୍ତି । ଭଗବତୀ ମହାଲକ୍ଷ୍ମୀ ସେହି ସବୁ ଲକ୍ଷଣ ଧାରଣ କରନ୍ତି ଯାହା ଜଣେ ଆଚାର୍ଯ୍ୟ ନିଜଠାରେ ଧାରଣ କରିବା ଉଚିତ ।
ଆଚାର୍ଯ୍ୟ କୃପାଳୁ , ସମ୍ପୂର୍ଣ ଭାବେ ଭଗବାନଙ୍କ ନିକଟରେ ପରତନ୍ତ୍ର ଓ ଅନନ୍ୟାରତ୍ୱମ୍ (ସମ୍ପୂର୍ଣ ଭାବେ ଭଗବାନଙ୍କ ନିକଟରେ ସମର୍ପିତ) ହେବ ଉଚିତ । ଭଗବତୀ ମହାଲକ୍ଷ୍ମୀ ଏହି ୩ଟି ଦିବ୍ୟ ଆଚରଣର ପାଳନ କରିଥାନ୍ତି । ଏହି ଭାବେ ଆମ ମନ୍ତ୍ର ପରମ୍ପରା (ଓରାନ୍ ୱଳୀ ଆଚାର୍ଯ୍ୟ ପରମ୍ପରା)ରେ ମହାଲକ୍ଷ୍ମୀ ଦ୍ଵିତୀୟ ସ୍ଥାନରେ ଆସନ୍ତି । ଅମ୍ମାଜୀ ହିଁ ଆଗାମୀ ଆଚାର୍ଯ୍ୟଙ୍କୁ ମନ୍ତ୍ର ପ୍ରଦାନ କରିଥାନ୍ତି।
ଲୋକାଚାର୍ଯ୍ୟ ସ୍ବାମୀ ତାଙ୍କ “ଶ୍ରୀ ବଚନ ଭୂଷଣମ୍” ଗ୍ରନ୍ଥରେ ବର୍ଣ୍ଣନା କରିଛନ୍ତି ଯେ ଭବଗତୀ ସେହି ତିନୋଟି ଅଚରଣକୁ ସୀତା ଦେବୀଙ୍କ ଭାବେ ରାମାୟଣରେ ୩ଟି ବିୟୋଗ ଭାବେ ବୁଝାଇଛନ୍ତି ।
ପ୍ରଥମତଃ , ଯେତେବେଳେ ରାବଣ ଭଗବତୀଙ୍କ ହରଣ କରି ନେଇ ଲଙ୍କା ଚାଲିଯାଇଥିଲା , ସେତେବେଳେ ଭଗବତୀ ନିଜ ପରମ କୃପା ଭାବେ ଏହା ଘଟିତ ହେବାକୁ ଦେଇଥିଲେ । କାରଣ ଯେପର୍ଯ୍ୟନ୍ତ ଭାବାବତୀ ଲଙ୍କା ନଯାଇଛନ୍ତି ସେ ପର୍ଯ୍ୟନ୍ତ ଦେବସ୍ତ୍ରୀମାନଙ୍କର ଉଦ୍ଧାର ହୋଇ ପାରିନଥାନ୍ତା। ସମ୍ପୂର୍ଣ ଜଗତର ମାତା ହୋଇଥିବାରୁ , ସେ ରାବଣର ମଧ୍ୟ ମାଆ । ତାଙ୍କର ବାତ୍ସଲ୍ୟ ମମତା କାରଣରୁ ସେ ରାବଣର ଦୁରାଚାରକୁ ସହନ କରିଥିଲେ ।
ଦ୍ବିତୀୟତଃ , ଯେତେବେଳେ ଭାବଗତୀ ସୀତା ଗର୍ଭବତୀ ହେଉଛନ୍ତି ଓ ସମାଜର କଥନ ଚାପରେ ଆସି ଭଗବାନ ରାମ ସୀତାଙ୍କୁ ନିଜ ରାଜ୍ୟ ଛାଡ଼ି ଚାଲିଯିବାକୁ କହୁଛନ୍ତି , ସେତେବେଳେ ଭଗବତୀ ଏହାକୁ ପୂର୍ଣ୍ଣ ଭାବେ ସ୍ବୀକାର କରିଥିଲେ କି ସେ ଭଗବାନ ରାମଙ୍କ ନିକଟରେ ପୂର୍ଣ୍ଣ ଭାବେ ପରାଧୀନ (ପାରତନ୍ତ୍ରୀୟମ୍)। ଓ ଯାହା ଭଗବାନ ରାମ ତାଙ୍କୁ କହିବେ ତାହାକୁ ପୂର୍ଣ୍ଣରୂପେ ପାଳନ କରିବେ।
ତୃତୀୟତଃ, ବଣରୁ ଫେରିବା ପରେ ଯେତେବେଳେ ଭଗବତୀ ସୀତା ଚିରଦିନ ଲାଗି ଭଗବାନ ରାମଙ୍କୁ ଛାଡି ପରମପଦ ଫେରିଯାଇଥିଲେ , ସେତେବେଳେ ଭଗବତୀ ସୀତା ଏହା ସିଦ୍ଧ କରିଥିଲେ ଯେ ସେ କେବଳ ହିଁ କେବଳ ଭଗବାନ ରାମଙ୍କ ଆଶ୍ରିତ (ଅନନ୍ୟାରତ୍ୱମ୍) ,ଅନ୍ୟ କାହାରି ଉପରେ ନୁହେଁ ।
ତେବେ ଭଗବତୀ ଅମ୍ମାଜୀ ଏହି ଭାବେ ତିନୋଟି ଆଚରଣ ପ୍ରକଟ କରାଇଥିଲେ , ଓ ଏହି ତିନୋଟି ଲକ୍ଷଣ ଆଚାର୍ଯ୍ୟ ନିକଟରେ ଉପଲବ୍ଧ ରହିବା ଉଚିତ।
ରଙ୍ଗନାୟକୀ ଅମ୍ମାଙ୍କ ଶ୍ଳୋକ(ତନିୟନ୍) :-
ନମଃ ଶ୍ରୀ ରଙ୍ଗନାୟକ୍ୟେ ୟତ୍ ଭୋବିଭ୍ରମ ଭେତତଃ ।
ଈଶେଶୀତତ୍ତ୍ଵ ବୈସମ୍ୟ ନିମ୍ନୋନ୍ନତମିଦମ୍ ।।
ଅଡିୟେନ୍ ସୁଦର୍ଶନ ରାମାନୁଜ ଶ୍ରୀବୈଷ୍ଣବ ଦାସ
ଆଧାର : https://acharyas.koyil.org/index.php/2012/08/17/divya-dhampathi-english/
ପ୍ରମେୟ (ଲକ୍ଷ୍ୟ): https://koyil.org
ପ୍ରମାଣ (ଶାସ୍ତ୍ର): https://granthams.koyil.org
ପ୍ରମାତ (ଆଚାର୍ଯ୍ୟ): https://acharyas.koyil.org
ଶ୍ରୀବୈଷ୍ଣବ ଶିକ୍ଷା/ବାଳକଙ୍କ ପାଇଁ ପୋର୍ଟାଲ୍: https://pillai.koyil.org