ଶ୍ରୀବିଶ୍ଵକ୍ସେନ

ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ ଶ୍ରୀ ବାନାଚଳ ମାହାମୁନୟେ ନମଃ

ଶ୍ରୀବୈଷ୍ଣବ ଗୁରୁ ପରମ୍ପରା

<< ଦିବ୍ୟ ଦମ୍ପତି

ପୂର୍ବ ଉପାଖ୍ୟାନରେ ଆମେ (https://acharyas.koyil.org/index.php/2025/10/05/divya-dhampathi-odia/) ଶ୍ରୀବୈଷ୍ଣବ ଗୁରୁ ପରମ୍ପରାର ରଙ୍ଗନାଥ ଭଗବାନ ଓ ରଙ୍ଗନାୟକୀ ଭଗବତୀଙ୍କ ବିଷୟରେ ସରଳ ରୂପେ ଚର୍ଚ୍ଚା କରିଥିଲେ ।

ପ୍ରାକଟ୍ୟ ନକ୍ଷେତ୍ର (ତିରୁନକ୍ଷେତ୍ର ) :- ଆଶ୍ୱିନ , ପୂର୍ବାଷାଢ଼

ରଚନା :- ବିଶ୍ଵକ୍ସେନ ସଂହିତା

ଭଗବାନଙ୍କ ନିତ୍ୟସୁରିଙ୍କ ମଧ୍ୟରୁ
ବିଶ୍ଵକ୍ସେନ ଅନ୍ୟତମ । ସେ ହଉଛନ୍ତି ଭଗବାନଙ୍କ ସେନାପତି ଓ ସେ ଭଗବାନଙ୍କ କୃପାରୁ ନିତ୍ୟବିଭୂତି (ବୈକୁଣ୍ଠ) ଏବଂ ଲୀଳାବିଭୂତି (ଧରାରାପୃଷ୍ଠ) ପରିଚାଳନା କରିଥାନ୍ତି । ତାଙ୍କୁ ଆମେ ସେନେଇ ମୁଦଲିୟାର୍, ସେନାଧୀପତି, ବେତ୍ରଧାର, ବେତ୍ରହସ୍ତ ନାମରେ ମଧ୍ୟ ଜାଣିଥାଉ। ତାଙ୍କର ଆଉ ଏକ ନାମ ମଧ୍ୟ ହେଉଛି ଶେଷ-ଆସନ କାରଣ ବିଶ୍ଵକ୍ସେନ ଭଗବାନ ଙ୍କ ଉଚ୍ଛିଷ୍ଟ ପ୍ରାପ୍ତ କରିବାର ପ୍ରଥମ ଅଧିକାର ଅଟନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି ସୂତ୍ରବତି।

ଭଗବତୀ ରଙ୍ଗନାୟକୀ ହେଉଛନ୍ତି ବିଶ୍ଵକ୍ସେନଙ୍କର ଆଚାର୍ଯ୍ୟ, ଆମ ପୂର୍ବାଚାର୍ଯ୍ୟଙ୍କ ଅନୁଯାଇ ।

ବିଶ୍ଵକ୍ସେନଙ୍କର ଶିଷ୍ୟ ହେଉଛନ୍ତି ଆଳୱାର୍ ଗଣ।

ଏହା ଆମ ପୂର୍ବଚାର୍ଯ୍ୟଙ୍କ ଦ୍ଵାରା କୁହା ହୋଇଅଛି ଯେ ଭଗବାନ ଉଭୟ ନିତ୍ୟ ଓ ଲୀଳା ବିଭୂତିର ସମସ୍ତ ଦାୟିତ୍ବ ବିଶ୍ଵକ୍ସେନଙ୍କୁ ପ୍ରଦାନ କରି ଭଗବତୀ ମହାଲକ୍ଷ୍ମୀ ଓ ନିତ୍ୟସୂରିଙ୍କ ସାଥିରେ ଆନନ୍ଦ ଉପଭୋଗ କରିଥାନ୍ତି। ବିଶ୍ଵକ୍ସେନଙ୍କୁ ଜଣେ ବୟସ୍କ ମନ୍ତ୍ରୀଙ୍କ ଭାବେ ଦେଖା ହେଇଥାଏ ଓ ଭଗବାନଙ୍କୁ ଜଣେ ରାଜକୁମାରଙ୍କ ପରି।

ସ୍ତୋତ୍ର ରତ୍ନର ସଂଖ୍ୟା ୪୨ ଶ୍ଲୋକରେ ଭଗବାନ ଓ ବିଶ୍ଵକ୍ସେନଙ୍କ ସମ୍ବନ୍ଧ ବିଷୟରେ କୁହା ଯାଇଚି।

ଶ୍ରୀ ରଙ୍ଗଚନ୍ଦ୍ରମସମ୍ ଇନ୍ଦ୍ରିୟାବିହର୍ତୁମ୍ ବିନ୍ୟସ୍ୟବିଶ୍ଵଚିଦ ଚିନ୍ନୟନାଧିକାରମ୍ ।
ୟୋ ନିର୍ବହତ୍ୟ ନିସମଙ୍ଗୁଳି ମୁଦ୍ରୟେବ ସେନାନ୍ୟମନ୍ୟ ବିମୁଖାସ୍ତମସି ଶ୍ରୀୟାମ୍

ଏହି ଶ୍ଳୋକରେ , ଆଲବନ୍ଦାର ଭଗବାନ ଓ ବିଶ୍ଵକ୍ସେନଙ୍କ ଉପଲକ୍ଷେ ଏହା ରଚନା କରିଛନ୍ତି ଯେ ବିଶ୍ଵକ୍ସେନ କି ଭାବେ ଭଗବାନଙ୍କ ଉଭୟ ବିଭୂତି ସାମ୍ରାଜ୍ୟର ଭାର ସମ୍ଭାର କରିଥାନ୍ତି।

ସରଳାର୍ଥ :- ବିଶ୍ଵକ୍ସେନ ସଦାବେଳେ ଆପଣ(ଭଗବାନ)ଙ୍କ ଶେଷ ପ୍ରସାଦ ପ୍ରାପ୍ତ କରିଥାନ୍ତି ଏବଂ ଆପଣ ହିଁ ଉଭୟ ନିତ୍ୟ ଓ ଲିଳା ବିଭୂତିର ଦାୟିତ୍ବ ସମ୍ବରଣ କରିଥାନ୍ତି । ଆପଣ ସମସ୍ତଙ୍କର ପ୍ରିୟ। ବିଶ୍ଵକ୍ସେନ ସମସ୍ତ କାର୍ଯ୍ୟ କରିବା ଲାଗି ସକ୍ଷମ , ଭଗବାନଙ୍କ କଟାକ୍ଷ ମାତ୍ରେ ବିଶ୍ଵକ୍ସେନ ସମସ୍ତ କାର୍ଯ୍ୟ କରି ନେଇଥାନ୍ତି। ଏହଲାଗୁ ଭଗବାନଙ୍କୁ କହିବାକୁ ବି ପଡ଼ିନଥାଏ। ବିଶ୍ଵକ୍ସେନ ଭଗବାନଙ୍କ କମଳ ନୟନରୁ ଭଗବାନଙ୍କ ମନ ବୁଝିପାରିଥାନ୍ତି ଓ ସଠିକ୍ ଭାବେ କାର୍ଯ୍ୟ କରିଥାନ୍ତି ।

ବିଶ୍ଵକ୍ସେନଙ୍କ ଶ୍ଳୋକ :-

ଶ୍ରୀ ରଙ୍ଗଚନ୍ଦ୍ରମସମ୍ ଇନ୍ଦ୍ରିୟାବିହର୍ତୁମ୍ ବିନ୍ୟସ୍ୟବିଶ୍ଵଚିଦ ଚିନ୍ନୟନାଧିକାରମ୍ ।
ୟୋ ନିର୍ବହତ୍ୟ ନିସମଙ୍ଗୁଳି ମୁଦ୍ରୟେବ ସେନାନ୍ୟମନ୍ୟ ବିମୁଖାସ୍ତମସି ଶ୍ରୀୟାମ୍

ସରଳାର୍ଥ:- ଭଗବାନ ବିଶ୍ଵକ୍ସେନ ଆମକୁ ଶ୍ରୀମାନ ନାରାୟଣଙ୍କ ପ୍ରତି ପୂର୍ଣ୍ଣ ଭକ୍ତି ପ୍ରଦାନ କରନ୍ତୁ ଏହା ଲାଗି ଆମେ ବିଶ୍ଵକ୍ସେନଙ୍କ ନିକଟରେ ମଙ୍ଗଳାସାସନ କରୁଅଛୁ ।

ଅଡିୟେନ୍ ସୁଦର୍ଶନ ରାମାନୁଜ ଶ୍ରୀବୈଷ୍ଣବ ଦାସ

ଆଧାର : https://acharyas.koyil.org/index.php/2012/08/18/senai-mudhaliar-english/

ପ୍ରମେୟ (ଲକ୍ଷ୍ୟ): https://koyil.org
ପ୍ରମାଣ (ଶାସ୍ତ୍ର): https://granthams.koyil.org
ପ୍ରମାତ (ଆଚାର୍ଯ୍ୟ): https://acharyas.koyil.org
ଶ୍ରୀବୈଷ୍ଣବ ଶିକ୍ଷା/ବାଳକଙ୍କ ପାଇଁ ପୋର୍ଟାଲ୍: https://pillai.koyil.org