ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ ଶ୍ରୀ ବାନାଚଳ ମାହାମୁନୟେ ନମଃ
ପୂର୍ବ ଉପାଖ୍ୟାନରେ ଆମେ ( https://acharyas.koyil.org/index.php/2025/10/12/senai-mudhaliar-odia/ ) ବିଶ୍ଵକ୍ସେନଙ୍କ ବିଷୟରେ ସରଳ ରୂପେ ଚର୍ଚ୍ଚା କରିଥିଲେ ।

ଶଠକୋପ ସୁରି :- ଆଳୱାର୍ ତିରୁନଗରୀ
ପ୍ରାକଟ୍ୟ ନକ୍ଷେତ୍ର (ତିରୁନକ୍ଷେତ୍ର ) :- ବୈଶାଖ , ବିଶାଖା
ଅବତାର ସ୍ଥଳ :- ଆଳୱାର୍ ତିରୁନଗରୀ
ଶିଷ୍ୟ :- ମଧୁରକବୀ ଆଳୱାର୍ , ନାଥମୁନୀ
ଶଠକୋପ ସୁରିଙ୍କର ଅନ୍ୟ ନାମ :- ମାରନ୍, ସଡ଼ଗୋପନ୍, ପରାଙ୍ଗୁସନ୍, ବାକୁଳାଭରଣନ୍, ମଗିଳମାରନ୍, ସତଜିତ୍, କୁରୁଗୁର୍ ନମ୍ବୀ ଇତ୍ୟାଦି।
କଳିଯୁଗର ଆଗମନର କିଛିଦିନ ପୂର୍ବରୁ ଶଠକୋପ ସୁରି ତିରୁକୁରୁଗୁର୍ (ଆଳୱାର୍ ତିରୁନଗରୀ) ଠାରେ କାରୀ ଓ ଉଡୟନନଗଈ ପୁତ୍ର ଭାବେ ଜନ୍ମ ହୋଇଥିଲେ । ଭଗବତ ଗୀତାରେ ଭଗବାନ କହିଛନ୍ତି “ଅନେକ ଜନ୍ମ ବିତେଇ ସାରିବା ପରେ ଜଣେ ବ୍ୟକ୍ତି ନିଜର ସବୁକିଛି ଭଗବାନ ବାସୁଦେବଙ୍କୁ ସମର୍ପଣ କରିଥାଏ । ଏହି ପରି ଜ୍ଞାନୀଲୋକ ଅତ୍ୟନ୍ତ rare। “
ଶଠକୋପ ସୁରି ଓ ତାଙ୍କ ରଚନାରୁ ଏହା ସିଦ୍ଧ ହୋଇଥାଏ ଯେ ସେ ହିଁ ଜଣେ ଏପରିକା ବ୍ୟକ୍ତି ଯିଏ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ।
ତାଙ୍କ ଜୀବନ କାଳରେ (୩୨ ବର୍ଷ ସଂସାରରେ) ଏକ ତେନ୍ତୁଳି ବୃକ୍ଷ (ତିରୁପୁଳିଆଳୱାର୍) ମୂଳରେ ଭଗବାନଙ୍କର ଚିନ୍ତନ କରି ଧ୍ୟାନ ଅବସ୍ଥାରେ ଥାନ୍ତି । ପୂର୍ବାଚାର୍ଯ୍ୟଙ୍କ ବ୍ୟକ୍ଷାନରୁ ଏହା ଜାଣିବାକୁ ମିଳେ ଯେ ଯେତେବେଳେ ତିରୁବାଇମୋଳି ଦିବ୍ୟପ୍ରବନ୍ଧର ସବୁ ପଦିଗମର ଅନ୍ତିମ ପାସୁରମରେ ଶଠକୋପ ସୁରିଙ୍କ ନାମ ସହିତ ତାଙ୍କ ଅବତାର ସ୍ଥଳ (କୁରୁଗୂର୍)ର ଉଲ୍ଲେଖ ଆସିଥାଏ , ସେତେବେଳେ ଆମେ ଦକ୍ଷିଣ ଦିଗ ଆଡ଼କୁ(ଆଳୱାର୍ ତିରୁନଗରୀ ଆଡ଼କୁ) ଅଞ୍ଜଳିମୁଦ୍ରା କରି ଶଠକୋପ ସୁରିଙ୍କୁ ପ୍ରଣାମ ଜଣାଇବା ଉଚିତ ।
ଶଠକୋପ ସୁରିଙ୍କୁ ଆମେ ପ୍ରାପନ୍ନ ଜନ କୁଟସ୍ଥ ବୋଲି ମଧ୍ୟ କହିଥାଉ । ପ୍ରାପନ୍ନ ଜନଙ୍କ ମଧ୍ୟରେ ଯିଏ ପ୍ରଥମ । ଏବଂ ଜାମୁନାଚର୍ଯ୍ୟ ନିଜ ସ୍ତୋତ୍ର ରତ୍ନରେ ଶଠକୋପ ସୁରିଙ୍କୁ ବୈଷ୍ଣବ କୁଳପତି ବୋଲି କହି ସମ୍ବୋଧିତ କରିଛନ୍ତି । ସ୍ତୋତ୍ର ରତ୍ନର ୫ମ ଶ୍ଳୋକ ଏହା କୁହେ କି ଜାମୁନାଚର୍ଯ୍ୟ ବକୁଳାଭରଣଙ୍କ ଚରଣ କମଳରେ ପ୍ରଣାମ ଜଣାଉଛନ୍ତି , ଯିଏ ଆମଲାଗି ଆମର ସର୍ବସ୍ବ (ମାତା ପିତା ପୁତ୍ର ଧାନ ସମ୍ପତି ଇତ୍ୟାଦି) ଅଟନ୍ତି ।
ରାମାନୁଜ (ଏମପେରୁମାନାର୍) ଯିଏ ସ୍ଵୟଂ ଆଦିଶେଷଙ୍କ ଅବତାର ଅଟନ୍ତି , ତାଙ୍କୁ “ମାରନ୍ ଅଡି ପଣିନଥୁ ଉୟନ୍ତବନ୍” (ଅର୍ଥାତ୍ ଯିଏ ଶଠକୋପ ସୁରିଙ୍କ ନିକଟରେ ଶରଣାଗତୀ କରି ଉଦ୍ଧାର ହୋଇଥିଲେ ।
ପୂର୍ବାଚାର୍ୟ୍ଯଙ୍କ ରଚନାର ଆଧାରରେ ନମପିଲ୍ଳୟୀ ସ୍ବାମୀ ନିଜ “ଇଡୁ ବ୍ୟାକ୍ଷାନ ଅବତାରିକା” ଓ “ତିରୁଭିରୁତମ୍ ବ୍ୟାକ୍ଷ୍ୟାନ ଅବତାରିକା”ରେ ବର୍ଣ୍ଣନା କରନ୍ତି କି ଶଠକୋପ ସୁରିଙ୍କୁ ସାକ୍ଷାତ ଭଗବାନ ନିଜ ବୈଭବ ଗାନ କରିବା ଲାଗି ଓ ଜୀବାତ୍ମାଙ୍କୁ ଶ୍ରୀବୈଷ୍ଣବ ବନେଇ ବୈକୁଣ୍ଠ ପ୍ରାପ୍ତି କରିବା ଲାଗି ଲୀଳା ବିଭୂତିରୁ ଶଠକୋପ ସୁରିଙ୍କର ଚୟନ କରିଛନ୍ତି। ଏହା ନମପିଲ୍ଳୟୀ ସ୍ଵୟଂ ଶଠକୋପ ସୁରିଙ୍କୁ ରଚନାରୁ ଉଲ୍ଲେଖ କରୁଛନ୍ତି । ଭଗବାନ ସ୍ଵଇଚ୍ଛାରେ ଶଠକୋପ ସୁରିଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିଛନ୍ତି ଯାହା ଦ୍ୱାରା ଶଠକୋପ ସୁରି ଭୂତ ବର୍ତ୍ତମାନ ଓ ଭବିଷ୍ୟତର ଦର୍ଶନ ନିଜ ଆଖିରେ କରିପାରିବେ । ଶଠକୋପ ସୁରି ନିଜ ରଚନାରେ ଅନେକ ବାର କହିଆସିଛନ୍ତି ଯେ ସେ ଏହି ସଂସାରରେ ଅନାଦୀ କାଳ ଯାଇଁ ଜାତନା ସହି ଆସିଛନ୍ତି ଓ ସେ ଏହି ସଂସାରରେ ଆଉ ମୁହୁର୍ତ୍ତେ ବି ରହି ପାରିବେ ନାହିଁ । ଶଠକୋପ ସୁରିଙ୍କ ଲାଗି ଏହି ସଂସାରରେ ଚଳିବା ଥିଲା ବିନା କଠଉରେ ନିଆଁ ଉପରେ ଚାଲିବା ସହିତ ସମାନ ।
“ତିରୁବାଇମୋଳି”(ସହସ୍ରଗିତୀ) ଗ୍ରନ୍ଥର ପ୍ରଥମ ପାସୁରମ୍ ରେ ସେ କହିଛନ୍ତି କି ସେ ଭଗବାନ କୃପାରୁ ଦିବ୍ୟ ଜ୍ଞାନ ପ୍ରାପ୍ତ କରିଛନ୍ତି। ଏହାଦ୍ବାରା ଆମେ ବୁଝିପାରିଥାଉ କି ପୂର୍ବରୁ ଶଠକୋପ ସୁରି ଜଣେ ସଂସାରୀ (ବଦ୍ଧ ଜୀବ) ଥିଲେ ଓ ଭଗବାନଙ୍କ କୃପାରୁ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିଲେ । ଏହି ନିୟମ ଅନ୍ୟ ଆଳୱାରଙ୍କ ପାଇଁ ଲାଗି ହୋଇଥାଏ , ଏହି ନିମ୍ନ ଲିଖିତ କାରଣ ଲାଗି
- ସମସ୍ତ ଆଳୱାରଙ୍କ ଅବୟବି ହେଉଛନ୍ତି ଶଠକୋପ ସୁରି (କେବଳ ଗୋଦାମ୍ବାଙ୍କୁ ଚଡ଼ିକି)।
- ଅନ୍ୟ ଆଳୱାର ମାନେ ମଧ୍ୟ ନିଜ ରଚନାରେ ଏହା ବର୍ଣ୍ଣନା କରିଛନ୍ତିକି ସେମାନେ ମଧ୍ୟ ଏହି ସଂସାରରେ ଯନ୍ତ୍ରଣା ଭୋଗୁଥିଲେ ଓ ପରେ ଭଗବାନଙ୍କ କୃପାରୁ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିଲେ ।
ଶଠକୋପ ସୁରି ଚାରିଗୋଟି ଦିବ୍ୟ ପ୍ରବନ୍ଧର ଗାନ କରିଛନ୍ତି ତାହାହେଲେ :-
ତିରୁବିରୁତ୍ତମ୍ (ଋଗ୍ ବେଦ ସାର)
ତିରୁବାସିରିୟମ୍ (ଜଯୁର୍ ବେଦ ସାର)
ପେରୀୟ ତିରୁବନ୍ଦାଦି (ଆଥର୍ବଣ ବେଦ ସାର)
ତିରୁବାୟିମୋଳୀ (ସାମ ବେଦ ସାର)
ଶଠକୋପ ସୁରିଙ୍କ ରଚନା ୪ ବେଦ ସମତୁଲ୍ୟ । ତାଙ୍କୁ “ବେଦମ୍ ତାମିଲ୍ ସେଇଥ ମାରନ୍” ମଧ୍ୟ କୁହାଯାଏ , ଅର୍ଥାତ୍ ଯିଏ ସଂସ୍କୃତ ବେଦର ସାରକୁ ତାମିଲ୍ ପ୍ରବନ୍ଧ ଭାବେ ପ୍ରଦାନ କରିଥିଲେ । ସମସ୍ତ ଆଳୱାରଙ୍କର ପ୍ରବନ୍ଧକୁ ସଂସ୍କୃତ ବେଦର କିଛି କିଛି ଅଂଶ ଭାବେ ଗ୍ରହଣ କରା ହୁଏ , ଯେପରି (ଶିଖା ବ୍ୟାକରଣ….ଇତ୍ୟାଦି)।
ତିରୁବାୟିମୋଳୀକୁ ସମସ୍ତ ଆଳୱାରଙ୍କର ୪୦୦୦ ଦିବ୍ୟପ୍ରବନ୍ଧର ସାର ଭାବରେ ଗ୍ରହଣ କରା ହୁଏ । ଆମ ପୂର୍ବାଚାର୍ଯ୍ୟଙ୍କ ରଚନା (ବ୍ୟାଖ୍ୟାନ ଓ ରହସ୍ୟ ଗ୍ରନ୍ଥ) ତିରୁବାୟିମୋଳୀର ସାରାର୍ଥ ଉପରେ ଆଧାରିତ । ତିରୁବାୟିମୋଳୀର ୫ ଗୋଟି ବ୍ୟାକ୍ଷାନ ଗ୍ରନ୍ଥ ରହିଛି ଏବଂ ଗଭୀର ଆଲୋଚନା ଅରୁମପଦମରେ ରହିଛି ।
ଆମ ପୂର୍ବାଚାର୍ଯ୍ୟ ମାନେ ଏହା ମଧ୍ୟ କହିଛନ୍ତି ଯେ ଶଠକୋପ ସୁରି ମଧ୍ୟରେ ଅନେକ ଦିବ୍ୟାତ୍ମାଙ୍କ ଗୁଣ ମଧ୍ୟ ଦେଖିବାକୁ ମିଳିଥାଏ ଯେପରିକି , ଶ୍ରୀଦେବୀ ଭୂଦେବୀ , ନୀଳାଦେବୀ , ଗୋପିକା , ଲକ୍ଷ୍ମଣ , ଭରତ , ଶତ୍ରୁଘ୍ନ , ଦଶରଥ , କୌଶଲ୍ୟା , ପ୍ରହଲ୍ଲାଦ , ବିଭୀଷଣ ,ହନୁମାନ , ଅର୍ଜୁନ ଇତ୍ୟାଦି। ଯେତେବେଳେ ଏହି ସାମନ୍ତଙ୍କ ଦିବ୍ୟଗୁଣ ଶଠକୋପ ସୁରିଙ୍କ ମଧ୍ୟରେ ଦୃଶ୍ୟମାନ ହୋଇଥାଏ , ହେଲେ ସେହି ସମସ୍ତ ଦିବ୍ୟାଆତ୍ମା ମାନେ ଶଠକୋପ ସୁରିଙ୍କ କିଛି କିଛି ଗୁଣ ଧାରଣ କରିପାରିଥାନ୍ତି , ଏହା ହେଉଛି ଆମ ଶଠକୋପ ସୁରିଙ୍କର ମହିମା ।
ତିରୁବାଇମୋଳିର ୭.୧୦.୫ ପଲରଅଡିୟାର ମୁନବରୁଲିୟା – ନମପିଲ୍ଲେଇ ସ୍ବାମୀ ଅତି ସୁନ୍ଦର ଭାବେ ଶଠକୋପ ସୁରିଙ୍କର ମନୋଭାବକୁ ପ୍ରକାଶ କରିପାରିଛନ୍ତି । ଶଠକୋପ ସୁରି ଏଠାରେ କହିବାକୁ ଈଛା କରୁଛନ୍ତିକି , ଭଗବାନ ଅନ୍ୟ କେଉଁ ଋଷି ଯେପରି ପରାଶର, ବେଦବ୍ୟାସ, ବାଲ୍ମୀକି, ଅନ୍ୟ ଆଳୱାରଙ୍କ ବଦଳରେ ଶଠକୋପ ସୁରିଙ୍କ ଉପରେ କୃପା ଦିବ୍ୟ ଜ୍ଞାନ ପ୍ରଦାନ କରାୟି ତିରୁବାଇମୋଳିର ଗାନ କରାଇଛନ୍ତି ।
ଏବେ ଶଠକୋପ ସୁରିଙ୍କ ଚରିତ୍ର ବିଷୟରେ ଜାଣିବା :-
ଶଠକୋପ ସୁରିଙ୍କ ଯାହାକୁ ସମସ୍ତ ଆଳୱାରଙ୍କ ମୂଳ ଭାବେ ଧାରଣ କରାଯାଏ, ସେ ତିରୁକ୍କୁରୁଗୁରର ତାମରପରଣୀ ନଦୀ(ଯାହାକୁ ଗଙ୍ଗା ଯମୁନା ସରସ୍ଵତୀ ନଦୀଙ୍କ ଠାରୁ ମଧ୍ୟ ଉତ୍ତମ ଗ୍ରହଣ କରାହୁଏ) ସେହି ନଦୀର ତଟରେ କାରୀଙ୍କ ଠାରେ ଜନ୍ମ ଗ୍ରହଣ କରିଲେ । କାରୀ ପ୍ରପନ୍ନ କୂଳର ଅନୁୟାୟୀ
ଥିଲେ , ଯିଏ କେବଳ ଶ୍ରୀମାନ ନାରାୟଣଙ୍କ ବ୍ୟତୀତ ଅନ୍ୟ କାହାକୁବି ପ୍ରାର୍ଥନା କରୁନଥିଲେ । ଏହା ଭକ୍ତିସାର ଆଳୱାର୍ ବର୍ଣ୍ଣନା କରନ୍ତି “ମାରନ୍ଥୁମ ପୁରମ ତୋଳ ମନ୍ଥାର।
ତିରୁବଲୁଥି ଭଲ ନାଦର୍ ଯିଏ ଅରତ୍ତାଙ୍ଗୀୟାର ପୁତ୍ର , ଯିଏ ଚର୍କ୍ରପାଣୀୟାରଙ୍କ ପୁତ୍ର ଯିଏ ଅଚ୍ୟୁତାଙ୍କ ପୁତ୍ର ଯିଏ
ସେନ୍ତାମରୟୀକଣନଙ୍କ ପୁତ୍ର , ଯିଏ ପୋର୍କାରୀୟାରଙ୍କ ପୁତ୍ର ଯିଏ କାରୀୟାରଙ୍କ ପୁତ୍ର , ସିଏ ଶଠକୋପ ସୁରି।
ଏହି ଦିବ୍ୟ ଶ୍ରୀବୈଷ୍ଣବ ପରିବାରରେ ପୋର୍କାରୀୟାର ନିଜ ପୁଅ କାରୀକୁ ଗୃହସ୍ଥ ଆଶ୍ରମ ରେ ସ୍ଥାପନ କରେଇବା ଲାଗି ଜଣେ ବୈଷ୍ଣବ କନ୍ୟା ଖୋଜିବାରେ ଲାଗିଲେ । ପୋର୍କାରୀୟର ତିରୁବଣପରିସାରମ୍ ଦିବ୍ୟଦେଶର ତିରୁଵାଳମ୍ୱାରଙ୍କୁ ଭେଟିଲେ (ଯିଏ ନିଜ କନ୍ୟାକୁ ଏକ ବୈଷ୍ଣବ ସାଥିରେ ବିବାହ କରିବାର ଇଚ୍ଛା ପ୍ରକାଶ କରିଥିଲେ ଓ ବୈଷ୍ଣବ ସନ୍ତାନ ପାଇଁ ଈଛା ରଖିଥିଲେ) । ପୋର୍କାରୀୟାର ତିରୁଵାଳମ୍ୱାରଙ୍କ କନ୍ୟା ଉଡୟ ନଙ୍ଗୟୀଙ୍କ ନିକଟରେ ଏହି ପ୍ରସ୍ତାପଟି ରଖିଲେ ।
ତିରୁଵାଳମ୍ୱାର ଏହି ପ୍ରସ୍ତାପ ରାଜି ହୋଇଗଲେ । ଉଭୟ କାରୀ ଓ ଉଡୟ ନଙ୍ଗୟୀ ବିବାହ କରିଲେ , ଓ ତିରୁଵାଳମାର୍ବନ୍ ଭଗବାନଙ୍କ ପୂଜା କରି ତିରୁକ୍କୁରୁଗୁର ଫେରି ଆସିଲେ । ଉଭୟଙ୍କୁ ଅତି ସୁନ୍ଦର୍ ଭାବେ ସ୍ବାଗତ କରିଲେ ଯେପରି ରାମ ଓ ସୀତାଙ୍କୁ ସ୍ବାଗତ କରିଥିଲେ ମିଥିଲାରୁ ଅଯୋଧ୍ୟା ଯିବା ବେଳେ।
କିଛି ଦିନ ପରେ ଉଭୟ ତିରୁବଣପରିସାରମ୍ ଯାଇଥିଲେ ଓ ଫେରିବା ବାଟରେ ତିରୁକ୍କୁରୁଙ୍ଗୁଡ଼ି ଯାଇ ସେଠାରେ ନମ୍ବୀ ଭଗବାନଙ୍କ ପୂଜା କରିଥିଲେ ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେକି ତାଙ୍କୁ ଏକ ସନ୍ତାନ ପ୍ରଦାନ କରନ୍ତୁ , ଓ ଭଗବାନ କୃପା ସ୍ୱରୂପ ଆଶୀର୍ବାଦ କରିଲେ କି ଭଗବାନ ନିଜେ ତାଙ୍କ ନିକଟରେ ପୁତ୍ର ଭାବେ ପ୍ରକଟ ହୋଇବେ । ସେମାନେ ତିରୁକ୍କୁରୁଙ୍ଗୁଡ଼ିରୁ ଫେରି ଆସିଲେ ଓ ଉଡୟ ନଙ୍ଗୟୀ ଗର୍ଭବତୀ ହୋଇଲେ । କଳିଯୁଗର ଠିକ୍ ୪୩ତମ ଦିନର ସନ୍ଧ୍ୟା ପରେ ଭଗବାନଙ୍କ କୃପା ସ୍ୱରୂପ , ଶଠକୋପ ସୁରୀ ନିଜ ରଚନାରେ ଉଲ୍ଲେଖ କରନ୍ତି କି “ତିରୁମାଲାଲ୍ ଅରୁଳ ପେର ଶଡଗୋପନ୍” ଅର୍ଥାତ୍ ଶଠକୋପ ସୁରୀ ଯିଏ ଭଗବାନଙ୍କ କୃପା ପ୍ରାପ୍ତ କରି ବିଶ୍ଵକସେନଙ୍କ ଅଂଶ ସ୍ୱରୂପ ବୌଧାୟନ ବର୍ଷ ବସନ୍ତ ଋତୁ ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥି ବିଶାଖା ନକ୍ଷତ୍ରରେ ପ୍ରକଟ ହୋଇଥିଲେ । ଅଳଗୀୟ ମନବାଳ ପେରୁମାଲ ନାୟନାର ଆଚାର୍ଯ୍ୟ ହୃଦୟଂରେ ଏହି ପରି ରଚନା କରନ୍ତି କି “ଆଦିତ୍ୟ ରାମାଦିବାକର ଅଚ୍ୟୁତ ବାଣୁକ୍କାଲୁକ୍କୁ ନିନ୍ଜ୍ଞାତ ଉଲ୍ଲିରୁଲ ନୀନ୍ଗ୍ନି। ଚୋଷ୍ୟାତ ପିରଭିକ୍କଡଲ ଚୋସିତୁ ଵିକସୀୟାତ ପୋଦିଲ୍ କମଲମ୍ ମଳରୁମପଡ଼ି ବକୁଳଭୂଷଣ ଭାସ୍କରୋଧ୍ୟୟମ ଉଣଦାୟଥୁ ଉଡୟନଙ୍ଗୟୀଆଗିର ପୂର୍ବସଣଧ୍ୟୟୀଲେ”
ଅର୍ଥାତ ସଂସାରୀ ଲୋକଙ୍କର ଯେଉଁ ଅନ୍ଧକାରକୁ ଆଦିତ୍ୟ (ସୂର୍ଯ୍ୟ) , ଭଗବାନ ରାମ , ଭଗବାନ କୃଷ୍ଣ କରି ପାରିନଥିଲେ , ସେଇ ଅନ୍ଧକାରକୁ ଶଠକୋପ ସୁରୀ ଦୂରକରି ଜ୍ଞାନର ପ୍ରକାଶ କରିପାରିଥିଲେ ।
ଏହିଭିତରେ ଭଗବାନ ଆଦିଶେଷ ତିରୁପୂଳିଆଳୱର୍ (ତେନ୍ତୁଳି ଗଛ) ଭାବେ ପ୍ରକଟ ହୋଇଲେ ଶଠକୋପ ସୁରୀଙ୍କ ଲାଗି , କାରଣ ଆଦିଶେଷ ଜାଣିଥିଲେ ଯେ ଶଠକୋପ ସୁରୀ ତିରୁକ୍କୁରୁଗୁର ଆଦିନାଥନ ଭଗବାନଙ୍କ ମନ୍ଦିରରେ ସେହି ତେନ୍ତୁଳି ବୃକ୍ଷ ମୂଳରେ ବିରାଜମାନ ହେବେ ।
ଶଠକୋପ ସୁରୀଙ୍କ ଆଗାମୀ ଚରିତ୍ର ମଧୁରକାବୀ ଆଳୱାରଙ୍କ ଚରିତ୍ରରେ ବର୍ଣ୍ଣିତ ରହିଛି ।
:-
ଶଠକୋପ ସୁରୀଙ୍କର ଶ୍ଳୋକ (ତନିୟନ୍) :-
ମାତା ପିତା ୟୁବତୟସ୍ ତନୟା ବିଭୂତିଃ
ସର୍ବମ ୟାଦେବ ନୀୟମେନ ମଦନବୟାନାମ
ଆଦ୍ୟସ୍ୟନଃ କୁଳପତିର ବାକୁଲାଭିରାମମ୍
ଶ୍ରୀମତ୍ ତଦନଘ୍ରୀ ୟୁଗଳମ୍ ପ୍ରଣମାମି ମୂର୍ଦ୍ଧ୍ଣା
ଅଡିୟେନ୍ ସୁଦର୍ଶନ ରାମାନୁଜ ଶ୍ରୀବୈଷ୍ଣବ ଦାସ
ଆଧାର : https://acharyas.koyil.org/index.php/2012/08/18/nammazhwar-english/
ପ୍ରମେୟ (ଲକ୍ଷ୍ୟ): https://koyil.org
ପ୍ରମାଣ (ଶାସ୍ତ୍ର): https://granthams.koyil.org
ପ୍ରମାତ (ଆଚାର୍ଯ୍ୟ): https://acharyas.koyil.org
ଶ୍ରୀବୈଷ୍ଣବ ଶିକ୍ଷା/ବାଳକଙ୍କ ପାଇଁ ପୋର୍ଟାଲ୍: https://pillai.koyil.org